ସୁରେଖା
ସେଦିନ ଅଁଳାପଲ୍ଲୀ ଗାଁ ରେ ବଡ ବଡ ମିଡ଼ିଆ ଗାଡି ପୋଲିସ ଗାଡି ର ସୁଅ ଛୁଟିଥିଲା , ଏ ସବୁ ଦେଖି ମୁ ଟିକେ ଆଶ୍ଚର୍ଯ୍ୟ ହେଇଗଲି। ଗାଁ ରେ ସବୁ ଠିକ ଠାକ ଅଛି କି ନାଇଁ ଅଜଣା ଡର ମାଡି ବସିଥିଲା । ତିନି ବର୍ଷ ପରେ ମୁ ସେଦିନ ବିଦେଶ ରୁ ଫେରିଥିଲି, ଘର କୁ ନ ଯାଇ ସିଧା ବିମାନବନ୍ଦର ରୁ ବାରିପଦା ବସ ଧରି ଧାଇଁ ଯାଇଥିଲି ଅଁଳାପଲ୍ଲୀ , ସୁରେଖା କୁ ଦେଖା କରିବା କୁ।
ସୁରେଖା, ଅଁଳାପଲ୍ଲୀ ପରି ଛୋଟିଆ ଗାଁ ର ଝିଅ ହେଲେ କଣ ହବ ସେ ବୁଦ୍ଧି ଆଉ ଜ୍ଞାନ ରେ ବିଚକ୍ଷଣ । ସୁରେଖା ଆଉ ତା ପରିବାର ସହ ଗୋଟେ ଡାକ୍ତରୀ କ୍ୟାମ୍ପ ରେ ଦେଖା ହେଇଥିଲା, ସୁରେଖା ତ ମୋରି ଆଗରେ ଜନ୍ମ ହେଇଚି । ତା ମା ମିନତୀ ଆଉ ବାପା କୁଶ ପୁଅ କୁ ଆଶା କରିଥିଲା, ଝିଅ ହେବାର ଦେଖି ଭାରି ମନ ଦୁଃଖ କରିଥିଲା କିନ୍ତୁ ମୁ ତାକୁ ବୁଝେଇଥିଲି ଏଇ ଝିଅ ହିଁ ତମ କୂଳ ଉଜ୍ଜ୍ୱଳ କରିବ। ବହୁତ ଆଗକୁ ଯିବ ଏ ଝିଅ । ତା ନାଁ ବି ମୁ ହିଁ ଦେଇଥିଲି ସୁରେଖା, ଡ଼ାକ ନା ସୁରୁ।
ସବୁବେଳେ ନହେଲେ ନାଇଁ ବେଳେ ବେଳେ ମୁଁ ତାକୁ ଦେଖା କରିବା କୁ ଯାଏ ତା ପାଠ ପଢା ପାଇଁ କିଛି ସାହାଯ୍ୟ କରିଦିଏ , କିନ୍ତୁ ସେ ବି ଭାରି ସ୍ୱାଭିମାନି, ସାହାଯ୍ୟ ବଦଳ ରେ ସବୁବେଳେ କିଛି ନ କିଛି ହାତ ବୁଣା ଜିନିଷ ଧରାଇ ଦିଏ। ସେଦିନ ତା ପାଇଁ ଗୋଟେ ନୂଆ ଡିକ୍ସନରୀ ନେଇକି ଯାଇଥିଲି । ତିନି ବର୍ଷ ପରେ ବହୁତ ବଡ଼ ହେଇଯାଇଥିବ ସେ। ମୁ ଭାରି ଉତ୍ସାହିତ ଥିଲି ଜାଣିବା କୁ କି ଅଷ୍ଟମ ଶ୍ରେଣୀରେ ସେ କେମିତି ପାଠ ପଢୁଛି।
କିନ୍ତୁ ଏ କଣ ଏ ସବୁ ଗହଳି, ବଡ ଗାଡି ସବୁ ସୁରେଖା ର ଘର ପାଖ ଯାଏଁ କାହିଁକି ଯାଇଛନ୍ତି? ସୁରେଖା ସବୁବେଳେ ପୋଲିସ ଚାକିରୀ କରିବ କହୁଥିଲା ଆଉ ବଡ ଚାକିରୀ ପାଇ ଯାଇନି ତ, ଏଇଆ ଭାବି ମନ କୁ ସାନ୍ତ୍ୱନା ଦେଲି ।
କିନ୍ତୁ କିଛି ବାଟ ଗଲା ପରେ ଜାଣିଲି ସେ ଗହଳି ଥିଲା ଶୋକ ର ଗହଳି, ତିରସ୍କାର କରୁଥିବା ଗାଁ ଵାଲା ଙ୍କ ଗହଳି। ଭିଡ କୁ କାଟି ଆଗକୁ ଯାଇ ଦେଖେ ତା ସୁରେଖା ର ମୃତ ଶରୀର ପଡିଛି , ପାଖରେ ବସିଛନ୍ତି ମିନତୀ ଆଉ କୁଶ । କିଛି ସମୟ ପାଇଁ ସମୟ ତା ସ୍ତବ୍ଧ ହେଇଗଲା, ହାତ ରେ ଥିବା ଉପହାର ବ୍ୟାଗ ତା ଖସି ପଡ଼ିଲା । ଏ କଣ ହେଲା, କଣ ମୁ ଏଇଆ ଦେଖିବା ପାଇଁ ଆସିଥିଲି,
ସୁରେଖା ର ହସ ହସ ମୁହଁ ଆଜି ମଳିନ ପଡିଯାଇଛି ବିଶ୍ୱାସ ହଉନି କି ସେ ଆଉ ଏ ଦୁନିଆ ରେ ନାହିଁ !!
ସୁରେଖା ର ହସ ହସ ମୁହଁ ଆଜି ମଳିନ ପଡିଯାଇଛି ବିଶ୍ୱାସ ହଉନି କି ସେ ଆଉ ଏ ଦୁନିଆ ରେ ନାହିଁ !!
ହଠାତ ମିନତୀ ଦଉଡି ଆସି ମୋ ସାର୍ଟ ଟା କୁ ଧରି ପକେଇ କହିଲା,
"ତୁ କରିଛୁ!! ତୋରି ଯୋଗୁ ମୋ ସୁରୁ ର ଏ ଅବସ୍ଥା। ବାବୁ ତୁ ହି ମାରିଛୁ ମୋ ସୁରୁ କୁ"!!
ହେଲେ ମାଉସୀ ମୁଁ, ମୁଁ କଣ... ମୋ ପାଖେ ଉତ୍ତର ଦବା କୁ କିଛି ନଥିଲା ।
"ତୁ କରିଛୁ!! ତୋରି ଯୋଗୁ ମୋ ସୁରୁ ର ଏ ଅବସ୍ଥା। ବାବୁ ତୁ ହି ମାରିଛୁ ମୋ ସୁରୁ କୁ"!!
ହେଲେ ମାଉସୀ ମୁଁ, ମୁଁ କଣ... ମୋ ପାଖେ ଉତ୍ତର ଦବା କୁ କିଛି ନଥିଲା ।
ହଁ ତୁ କରିଛୁ ,ତୁ ତ ମୁଣ୍ଡରେ ବଡ ବାବୁ ହବା ର ଭୁତ ପୁରେଇଥିଲୁ, ତୁ କହିବା ରୁ ଆମେ ତାକୁ ସ୍କୁଲ କୁ ଛାଡିଥିଲୁ, ଦେଖ ଆଜି କଣ ହେଲା, ସୁରୁ ଆର ପାରି କୁ ଚାଲି ଗଲା।!!
କଣ ସତରେ ମୁ କିଛି କରିଛି? ଏହା ଭାବୁ ଭାବୁ ସେଠୁ ଚାଲି ଆସିଲି।
ସେଦିନ ସୁରୁ ସହ ଦୁଷ୍କର୍ମ ହେଇଥିଲା, ସ୍କୁଲ ର କିଛି ପିଲା ତା ସହ ଏପରି ଜଘନ୍ୟ କାଣ୍ଡ କରିଥିଲେ । ସେମାନେ ଆରେଷ୍ଟ ହେଇଗଲେ ଦଣ୍ଡ ବି ଭୋଗିଲେ ,କିନ୍ତୁ ସୁରୁ ଆଉ ଫେରିଲାନି।
ସେଦିନ ସୁରୁ ସହ ଦୁଷ୍କର୍ମ ହେଇଥିଲା, ସ୍କୁଲ ର କିଛି ପିଲା ତା ସହ ଏପରି ଜଘନ୍ୟ କାଣ୍ଡ କରିଥିଲେ । ସେମାନେ ଆରେଷ୍ଟ ହେଇଗଲେ ଦଣ୍ଡ ବି ଭୋଗିଲେ ,କିନ୍ତୁ ସୁରୁ ଆଉ ଫେରିଲାନି।
ସତରେ କଣ ମିନତୀ ର କଥା ସତ? ମୋ ଯୋଗୁ କଣ ଏ ସବୁ ହେଲା? ଯଦି ମୁ ତାକୁ ସ୍କୁଲ ପଠାଇ ନଥାନ୍ତି ବୋଧ ହୁଏ ସୁରୁ ଆଜି ଏ ଦୁନିଆ ରେ ଥାନ୍ତା । ମୁ ଆଇନ ଆଗରେ ଦୋଷୀ ନହେଲେ ବ ନିଜ ମନ କୁ କେବେ ବୁଝେଇ ପାରିନି କି ମୁ ନିର୍ଦୋଷ ବୋଲି ।।
©un_lucky
Comments
Post a Comment