Posts

Showing posts from April, 2018

ସୁରେଖା

ସେଦିନ ଅଁଳାପଲ୍ଲୀ ଗାଁ ରେ ବଡ ବଡ ମିଡ଼ିଆ ଗାଡି ପୋଲିସ ଗାଡି ର ସୁଅ ଛୁଟିଥିଲା , ଏ ସବୁ ଦେଖି ମୁ ଟିକେ ଆଶ୍ଚର୍ଯ୍ୟ  ହେଇଗଲି। ଗାଁ ରେ ସବୁ ଠିକ ଠାକ ଅଛି କି ନାଇଁ ଅଜଣା ଡର ମାଡି ବସିଥିଲା । ତିନି ବର୍ଷ ପରେ ମୁ ସେଦିନ ବିଦେଶ ରୁ ଫେରିଥିଲି, ଘର କୁ ନ ଯାଇ ସିଧା ବିମାନବନ୍ଦର ରୁ ବାରିପଦା ବସ ଧରି ଧାଇଁ ଯାଇଥିଲି ଅଁଳାପଲ୍ଲୀ , ସୁରେଖା କୁ ଦେଖା କରିବା କୁ। ସୁରେଖା, ଅଁଳାପଲ୍ଲୀ ପରି ଛୋଟିଆ ଗାଁ ର ଝିଅ ହେଲେ କଣ ହବ ସେ ବୁଦ୍ଧି ଆଉ ଜ୍ଞାନ ରେ ବିଚକ୍ଷଣ । ସୁରେଖା ଆଉ ତା ପରିବାର ସହ ଗୋଟେ ଡାକ୍ତରୀ କ୍ୟାମ୍ପ ରେ ଦେଖା ହେଇଥିଲା, ସୁରେଖା ତ ମୋରି ଆଗରେ ଜନ୍ମ ହେଇଚି । ତା ମା ମିନତୀ ଆଉ ବାପା କୁଶ  ପୁଅ କୁ ଆଶା କରିଥିଲା, ଝିଅ ହେବାର ଦେଖି ଭାରି ମନ ଦୁଃଖ କରିଥିଲା କିନ୍ତୁ ମୁ ତାକୁ ବୁଝେଇଥିଲି ଏଇ ଝିଅ ହିଁ ତମ କୂଳ ଉଜ୍ଜ୍ୱଳ କରିବ। ବହୁତ ଆଗକୁ ଯିବ ଏ ଝିଅ । ତା ନାଁ ବି ମୁ ହିଁ ଦେଇଥିଲି ସୁରେଖା, ଡ଼ାକ ନା ସୁରୁ। ସବୁବେଳେ ନହେଲେ ନାଇଁ ବେଳେ ବେଳେ ମୁଁ ତାକୁ ଦେଖା କରିବା କୁ ଯାଏ ତା ପାଠ ପଢା ପାଇଁ କିଛି ସାହାଯ୍ୟ କରିଦିଏ , କିନ୍ତୁ ସେ ବି ଭାରି ସ୍ୱାଭିମାନି, ସାହାଯ୍ୟ ବଦଳ ରେ ସବୁବେଳେ କିଛି ନ କିଛି ହାତ ବୁଣା ଜିନିଷ ଧରାଇ ଦିଏ। ସେଦିନ ତା ପାଇଁ ଗୋଟେ ନୂଆ ଡିକ୍ସନରୀ ନେଇକି ଯାଇଥିଲି । ତିନି ବର୍ଷ ପରେ ବହୁତ ବଡ଼ ହେଇଯାଇଥିବ ସେ। ମୁ ଭାରି ଉତ୍ସାହିତ ଥିଲି ଜାଣିବା କୁ କି ଅଷ...